ଧର୍ମପରାୟଣ ମହିଳାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ସବିତାରାଣୀ ନାୟକଙ୍କର ଶାଶୁ କମଳା ନାୟକ(୯୦)ଙ୍କର ବଡସନ୍ଦାଡୋ ବାସଭବନରେ ସୋମବାର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ହୋଇ ଘରୋଇ ଚିକିତ୍ସାରେ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ଉପେନ୍ଦ୍ର, ନରେନ୍ଦ୍ର, ବୀରଭଦ୍ର, କନିଷ୍ଠ ପୁତ୍ର ତଥା ପୂର୍ବତନ ସରପଞ୍ଚ ପ୍ରଦୀପ୍ତଙ୍କ ସମେତ ପୁତ୍ରବଧୁ, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଖବର ପାଇ ଆଗରପଡା ଅଞ୍ଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ବଡ ପୁଅ ଉପେନ୍ଦ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ