ଧର୍ମପରାୟଣ ମହିଳାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ସାନ ଶିଆଳିଆ ଗ୍ରାମର ସ୍ୱର୍ଗତ କଳ୍ପତରୁ ଜେନାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ସୁନ୍ଦରୀ ଜେନା(୮୭)ଙ୍କର ଶୁକ୍ରବାର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଭଦ୍ରକସ୍ଥିତ ଏକ ଘରୋଇ ନସିଂ ହୋମରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ନାତି, ନାତୁଣୀ, ଝିଅ, ଜ୍ୱାଇଁ, ନାତୁଣୀ ଜ୍ୱାଇଁ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିିତ ଥିଲେ । ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ସୀତାରାମ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ