ଧର୍ମପରାୟଣ ମହିଳାଙ୍କ ପରଲୋକ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସ୍ୱର୍ଗତ କିର୍ତ୍ତନ ବିହାରୀ ବରାଳଙ୍କ ଧର୍ମପତ୍ନୀ ତଥା ଗ୍ରାମର ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ବସନ୍ତ ମଞ୍ଜରୀ ବରାଳଙ୍କ ୯୦ବର୍ଷ ବୟସରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ସେ ପୁର୍ବତନ ମହିଳା ସମିତିର ସମ୍ପାଦିକାଭାବେ କାର୍ଯ୍ୟକରିତବବାବେଳେ ରମାଦେବୀଙ୍କ ନେତୃତ୍ୱରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ବଡପୁଅ ତଥା ପୁର୍ବତନ ସମିତିସଭ୍ୟ ଓ ପୁର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ, ପ୍ରସନ୍ନ କୁମାର ବରାଳ, ଅନଙ୍ଗ ବରାଳ, ନାତି ସଞ୍ଜୟ ବରାଳ, ସନ୍ତୋଷ ବରାଳ, ସମିର ବରାଳ, ରିତ୍ତିକ ବରାଳ, ଜଜାତି କେଶରୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ବଞ୍ଚା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ଯୁବ ବିଜେଡିନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ନାରାୟଣ ଜେନା, ବିନୟ ନାୟକ, ମନୋଜ ବରାଳ, ସୁଚିତ୍ରାନନ୍ଦ ବରାଳ, ମିହିର ବରାଳ, ହରେକୃଷ୍ଣ ବାରିକ, ମଧୁସୁଦନ ରାଉତ, ସନ୍ଦିପ ନାୟକ, ଅନାଦି ବରାଳ, ଅନାମ ବରାଳ, ନରୋତ୍ତମ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଅକ୍ଷୟ ବରାଳ ମୁଖାଗ୍ନି ଦେଇଥିବାବେଳେ ଅନେକ ଗ୍ରାମବାସୀ ଓ ବନ୍ଧୁପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ