ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁର ଗ୍ରାମର ସ୍ୱର୍ଗତ ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ଯଶୋଦା ପଣ୍ଡା(୯୬)ଙ୍କର ମଙ୍ଗଳବାର ପରଲୋକ ଘଟିଛି । ଗତ କିଛି ମାସ ହେବ ସେ ଅସୁସ୍ଥ ଥାଇ ଘରୋଇ ଚିିକିତ୍ସାରେ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ ,ନାତିନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି ରବିନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ମଣିଭଦ୍ର ବିଶ୍ୱାଳ, ନିରଞ୍ଜନ ମଲ୍ଲିକ, ରତିକାନ୍ତ ଦାସ, ଅଜୟ ପଣ୍ଡା, ଭାଗିରଥି ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏକମାତ୍ର ପୁତ୍ର ରବିନ୍ଦ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ପରପୋକାରୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।