ଧର୍ମପରାୟଣ ମହିଳାଙ୍କ ପରଲୋକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ଲାଲ ବାହାଦୁର ମାର୍ଗ ଅଞ୍ଚଳର ଧର୍ମପରାୟଣ ମହିଳା ତଥା ହିଞ୍ଜିଳି ବିଧାୟକଙ୍କ ପୈାର‌ପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢିଙ୍କ ମା’ ବାଉରୀ ପାଢି(୭୯)ଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଜଣେ ମିଷ୍ଠାଭାଷୀ ଓ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।‌ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବହୁ କାଉନସିଲର, ଜନପ୍ରତିନିଧି, ସାମ୍ବାଦିକ, ଆଇନଜୀବିଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଶୋକସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ।‌ ମୃତ୍ୟୁଶର୍ଯ୍ୟା ନିକଟରେ ସ୍ବାମୀ, ପୁଅ, ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ। ଗ୍ରାମ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ