ଧର୍ମପରାୟଣ ମହିଳାଙ୍କ ପରଲୋକ
ନିମାପଡ଼ା ,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଜାହାଙ୍ଗିରପୁର ଗ୍ରାମର ସୁଦର୍ଶନ ସାହୁ ଙ୍କ ଧର୍ମପତ୍ନୀ ଶାନ୍ତିଲତା ସାହୁ (୬୫) ଙ୍କ ର ନିଜ ବାସଭବନ ରେ ପରଲୋକ ଘଟିଛି। ସେ ଜଣେ ମିଷ୍ଟଭାଷୀ ,ପରୋପକାରୀ ତଥା ଧର୍ମ ପରାୟଣ ମହିଳା ଥିଲେ ।ତାଙ୍କ ବିୟୋଗ ରେ ଯାହାଙ୍ଗିରପୁର ଓ ଆଖପାଖ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ଜାହାଙ୍ଗୀରପୁର ଗ୍ରାମ ରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ରେ ତାଙ୍କ ଘର ମାଉସୀ ମା ଘର ଭାବେ ପରିଚିତ। ତାଙ୍କ ପରିବାର ପକ୍ଷରୁ ରଥ ରେ ଉପବେଶନ ଶ୍ରୀ ଜଗନ୍ନାଥ ଙ୍କୁ ବାହୁଡ଼ା ଯାତ୍ରା ଦିନ ପୋଡ଼ ପିଠା ଭୋଗ ଲାଗି କରାଯାଇଥାଏ। ରଥଯାତ୍ରା କମିଟି ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ମାନେ ତାଙ୍କ ମରଶରୀର କୁ ଗାଁ ପରିକ୍ରମା କରାଇ ଗାଁ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ବିଶ୍ୱନାଥ ସାହୁ ମୂଖାର୍ଗ୍ନୀ ଦେଇଥିଲେ । ତାଙ୍କ ଶେଷ କୃତ୍ୟ ସଂପନ୍ନ ସମୟ ରେ ତାଙ୍କ ଝିଅ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ ।