ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ଧର୍ମପରାୟଣ ତଥା ପରୋପକାରୀ ମହିଳା ସାବିତ୍ରୀ ପତି(୫୦)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ନାରାୟଣ ଚନ୍ଦ୍ର ଶତପଥି, ଗଂଗାଧର ଶତପଥି, ଭଣଜା କୃଷ୍ଣ ଚନ୍ଦ୍ର ପଣ୍ଡା, ବିଷ୍ଣୁ ମୋହନ ପଣ୍ଡା, ଗୋପିନାଥ ପଣ୍ଡା, ବ୍ରଜ କିଶୋର ସାହୁ, ପ୍ରକାଶ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ପୁତ୍ର ଗଂଗାଧର ମୁଖାଗ୍ନି ଦେଇଥିଲେ ।