ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ରତିଷ୍ଠିତ ଢାକା ଆୟୁର୍ବେଦିକ ଶ୍ରୀଲୋକନାଥ ଔଷଧାଳୟର ମାଲିକ ରାଜିବ ପାଣିଙ୍କ ଧର୍ମ ପତ୍ନୀ ସାଗରିକା ପାଣିଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡି ସହରରେ ଶୋକ ପ୍ରକାଶ ପାଇଛି । ସ୍ୱର୍ଗତା ସାଗରିକା ପାଣି ଜଣେ ଧର୍ମପରାୟଣ ଓ ମିଷ୍ଟଭାଷୀ ମହିଳା ଭାବେ ବେଶ ପରିଚିତ ଥିଲେ । ଗତ ୧୩ ତାରିଖ ଦିନ ହଠାତ୍ ତାଙ୍କର ମୃତ୍ୟୁ ହ୍ରୁଦଘାତ ଜନିତ କାରଣରୁ ଘଟିଥିଲା । ଗତକାଲି ତାଙ୍କର ଦଶାହ ସମାପନ ହୋଇଯାଇଛି । ହଠାତ୍ ତାଙ୍କର ଏହି ପରଲୋକରେ ପାରଳା ସହରର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ତରଫରୁ ଏବଂ ସେ ରହୁଥିବା କେଉଟ ସାହି ବାସିନ୍ଦାମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ