ଧର୍ମପରାୟଣ ମହିଳା ଜେମାମଣିଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧିନ ବରାହ ନୂଆପଡା ଗ୍ରାମର ସ୍ୱର୍ଗତ ମୂରଲୀଧର ବିଶ୍ୱାଳଙ୍କ ଧର୍ମପତ୍ନୀ ଜେମାମଣି ବିଶ୍ୱାଳ(୭୦)ଙ୍କର ଗତ ଗୁରବାର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ଘରୋଇ ଚିକିତ୍ସାରେ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ଦେଢଶୁର ନରେନ୍ଦ୍ର, ଦିଅର ଧରଣୀଧର, ପୁତ୍ର ଅଧର, ନିର୍ମଳ, ଦିଗମ୍ବର, ଧର୍ମପଦଙ୍କ ସମେତ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତିନାତୁଣୀ, ପରିବାରବର୍ଗ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ମରଶରୀରକୁ କୋଭିଡ୍ ଗାଇଡ୍ ଲାଇନ ଅନୁଯାୟୀ ବାରୁଣୀ ପଡିଆସ୍ଥିତ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ଦାମୋଦର ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ