ଧର୍ମପରାୟଣ ଲୋକଙ୍କ ପରଲୋକ

ହାଟଡ଼ିହି,  : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଗ୍ରାମର କାହ୍ନୁ ଚରଣ ସାହୁଙ୍କର ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକରେ ଚିକିତ୍ସାଧିନ ହେଉଥିବାବେଳେ ଗତ ୭ତାରିଖ ତାଙ୍କର ପରଲୋକ ହୋଇଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ ମୁରଲୀଧର ସାହୁ, ସୁରଥ କୁମାର ସାହୁ, ସନ୍ତୋଷ ସାହୁ, ମାନସ ସାହୁ, ପୁରୁଷୋତ୍ତମ ସାହୁ, ଅନିଲ ସାହୁ, ସୋନୁ, ଜଗନ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବାପରେ ବୃନ୍ଦାବନ ରାଉତ, ପରେଶ ଦକ୍ଷିଣରାୟ, କରୁଣା ବେହେରା, ଅଲେଖ ବେହେରା, ଗୋଲେଖ ଚନ୍ଦ୍ର ରାଉତ, ଶିବ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ