ଧର୍ମପରାୟ ବ୍ୟକ୍ତିତ୍ୱଙ୍କ ପରଲୋକ

କଟକ,(ଦୀପକ୍ କୁମାର ବେଉରା): କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ଝାରକଟା ଗ୍ରାମର ଧର୍ମପରାୟ ଵ୍ୟକ୍ତିତ୍ୱ,ସାହି ମୁରବୀ,ଝାରକଟା ସ୍ଥିତ ରାଧା ମାଧବ-ରାଧା ଗୋବିନ୍ଦ ମନ୍ଦିରର ପୂର୍ବତନ ପୂଜକ ତଥା ବେଣ୍ଟକାର ବଜାରର ପୂର୍ବତନ ବ୍ୟବସାୟୀ ସ୍ୱର୍ଗତ ଦୁର୍ଯ୍ୟୋଧନ ପାଣି (୮୬)ଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ,ବେଣ୍ଟକାର ବଜାର କମିଟି, କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ବୟାଳିଶମୌଜ଼ା “ନେତାଜୀ ସୁବାଷ ସ୍ମୃତି ପରିଷଦ” ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ! ସ୍ୱର୍ଗତ ପାଣିଙ୍କ ମର ଶରୀର ଗ୍ରାମ ପରିକ୍ରମା ପରେ ପୈତୃକ ସ୍ଥାନରେ ଶବଦାହ କରାଯାଇଥିଲା ଏହି ସମୟରେ ତାଂକ ସୁପୁତ୍ର ବିଶ୍ୱପ୍ରକାଶ ପାଣି,ବିଶ୍ୱଜିତ୍ ପାଣି,ବିଶ୍ୱଶାନ୍ତି ପାଣି,ସୁକନ୍ୟା ଅନ୍ନପୂର୍ଣା,ଲଳିତା,କନକଲତା,ଗୀତାଞ୍ଜଳି,ସମସ୍ତ ପୁତ୍ରବୋହୂ,ଜ୍ୱାଇଁ,ନାତି ନାତୁଣୀ ସପରିବାର ଉପସ୍ଥିତଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ