ଧର୍ମପ୍ରାଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଧର୍ମପ୍ରାଣା ମହିଳା ତଥା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରାକ୍ତନ ବଡବାବୁ ସୁରେନ୍ଦ୍ର ନାଥ ଦାସଙ୍କ ଧର୍ମପତ୍ନୀ ଏବଂ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ମା ପାରଲ ମହାନ୍ତିଙ୍କର ୬୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ସ୍ନେହି, ପରୋପକାରୀ, ସବୁରି ପ୍ରିୟ ଧର୍ମପ୍ରାଣା ମହୀୟସୀ ମହିଳା ଭାବରେ ସର୍ବବିଦିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସତ୍ୟ, ସୁବୋଧ, ଶିବ, ଧନିଆ, ଝିଅ ଟିକିଲି ଓ ବୋହୁମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସ୍ଥାନୀୟ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ,ଶିକ୍ଷକ ଶ୍ରୀଧର ସାମଲ, ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସ, ବିଜୟ କୁମାର ଦାସ, ଗୋପାଳ ଚରଣ ଦାସ, ବିରଜା ପ୍ରସାଦ ମହାନ୍ତ, ଅଲେଖ ପ୍ରସାଦ ଦାସ, ସୁନାକର ରାଉତ, ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଭରତପୁରସ୍ଥିତ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସତ୍ୟପ୍ରିୟ ମୁଖାଗ୍ନି ଦେଇଥିଲେ । ତାଙ୍କ ଶେଷକୃତ୍ୟରେ ଶତାଧିକ ସ୍ଥାନୀୟ ଲୋକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ସାରା ପଂଚାୟତରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ