ଧର୍ମପ୍ରାଣା ମହିଳାଙ୍କ ପରଲୋକ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଅଢଙ୍ଗା ଗ୍ରାମର ବିଶିଷ୍ଟ କର୍ମକାଣ୍ଡବିଦ ବଟକୃଷ୍ଣ ମିଶ୍ରଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ମିଶ୍ରଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଏକମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିଲେ । ସ୍ୱର୍ଗତା ମିଶ୍ର ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ରମାକାନ୍ତ ମୁଖାଗ୍ନି ଦେଇଥିଲେ ।