ଧର୍ମପ୍ରାଣା ମହିଳାଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଭଗବାନ ଜେନାଙ୍କ ଧର୍ମପତ୍ନୀ ଭାବପ୍ରୀୟା ଜେନାଙ୍କର ୮୭ବର୍ଷ ବୟସରେ ଦାର୍ଦ୍ଧକ୍ୟ ଜନିତ ରୋଗରେ ମଙ୍ଗଳବାର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ଦୁଇ ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଧିରେନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ସ୍ନେହୀ, ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଟଭାଷି ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।