ଧର୍ମପ୍ରାଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପ୍ରତିଷ୍ଠିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ଧନୁର୍ଜୟ ବିଶ୍ୱାଳଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟର ଉପାଧ୍ୟକ୍ଷା ଅମ୍ବିକା ବିଶ୍ୱାଳଙ୍କର ୯୫ବର୍ଷ ବୟସରେ ତାଙ୍କ ବସପୁରସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଞ୍ଚାୟତର ବସପୁର ଗ୍ରାମର ପ୍ରତିଷ୍ଠିତ ଧନୁର୍ଜୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଗରୀବ , ଅସହାୟ, ଦୁଃଖିରଙ୍କି ଓ ଦୀନଦରିଦ୍ରମାନଙ୍କୁ ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ ସହିତ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ମାସରେ ସ୍ୱର୍ଗତା ବିଶ୍ୱାଳଙ୍କ ଦ୍ୱାରା ସହାୟତା ପ୍ରଦାନ କରାଯାଇଥାଏ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ତ୍ରିଲୋଚନ, ସୁଦର୍ଶନ, ବୈଲୋଚନ, ସତ୍ୟବାନ ଓ ଭଗବାନ ବିଶ୍ୱାଳ ପ୍ରଭୃତି ୫ପୁଅଙ୍କ ସମେତ, ବୋହୁ, ୩ ଝିଅ, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡଃ. ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଗ୍ରାମରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ