ଧର୍ମପ୍ରାଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ଜଣ୍ଟିଲୋ ଗ୍ରାମର ସ୍ୱର୍ଗତ କିଶୋର ଚନ୍ଦ୍ର ବାରିକଙ୍କ ଧର୍ମପତ୍ନୀ ତଥା କେନ୍ଦ୍ରାପଡାର ଇନକମଟ୍ୟାକ୍ସ ଆଡଭୋକେଟ ଭାବାନୀ ଶଙ୍କର ବାରିକଙ୍କ ମା’ ମନୋରମା ବାରିକଙ୍କର ୮୦ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ମନୋଜ, ମଳୟ, ଆଇନଜୀବୀ ଭବାନୀ, ଝିଅ ନିରୂପମାଙ୍କ ସମେତ ପରିବାର ପରିଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟଭାଷି, ପରୋପକାରୀ ଓ ଧର୍ମପରାୟଣା ମହିଳା ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଜଣ୍ଟିଲୋସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜଣ୍ଟିଲୋ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ