ଧର୍ମପ୍ରାଣା ମହିଳାଙ୍କ ପରଲୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ସ୍ୱର୍ଗତ ବଳଦେବ ଚରଣ ମହାନ୍ତିଙ୍କ ଧର୍ମପତ୍ନୀ ଶିଶିରା କୁମାରୀ ମହାନ୍ତିଙ୍କର ୯୨ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ହୋଇଯାଇଛି । ସେ ଜଣେ ସ୍ନେହୀ, ପରୋପକାରୀ, ଧର୍ମ ପରାୟଣା ମହିଳା ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ବିଭୂତି, ଦୁର୍ଗା, ଝିଅ ସରସୀ, ନାତୁଣୀ, ଆତ୍ମୀୟ ସ୍ୱଜନ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ବିଭୂତି ମୁଖାଗ୍ନି ଦେଇଥିଲେ ।