ଧର୍ମପ୍ରାଣା ମହିଳା କେତକୀଙ୍କ ପରଲୋକ

ବଲାଙ୍ଗୀର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ନିବାସୀ ଧର୍ମପ୍ରାଣା ମହିଳା କେତକୀ ତ୍ରିପାଠୀ ଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ,ପରୋପକାରୀ,ତଥା ସ୍ନେହୀ ବ୍ୟକ୍ତିତ୍ୱ ଭାବରେ ସାଇ ପଡିଶା ତଥା ଅଂଚଳରେ ପରିଚିତ ଥିଲେ । ସ୍ବର୍ଗତ ସ୍ୱାମୀ ଆଦର୍ଶ ଶିକ୍ଷକ, ଲେଖକ ତଥା ସଂକୀର୍ତ୍ତନ ଗୁରୁ ଦିଲ୍ଲେଶ୍ବର ତ୍ରିପାଠୀଙ୍କ ପ୍ରେରଣାଦାତ୍ରୀ ଭାବେ ରହି ବାନ୍ଧନଘୋର ଠାରେ ନିଜ ଉଦ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିର ସ୍ଥାପନା କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ମଳୟ,ପ୍ରଣୟ, ଅବ୍ୟୟ, ସଞ୍ଜୟ, ମନ୍ମୟ ଓ ଶ୍ରୀମୟ ପୁତ୍ରବଧୂ ଜୟନ୍ତୀ, ବିଜୟିନୀ, ମଞ୍ଜୁଲତା, ନୀହାରିକା, ରୀତା ତଥା ନାତି ନାତୁଣୀ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କୁ ଭଲ ପାଉଥିବା ଗ୍ରାମ ତଥା ଆଖପାଖର ବହୁ ବ୍ୟକ୍ତି ଓ ମହିଳା ଶବାଧାରରେ ଯୋଗ ଦେଇ ଅଶ୍ରୁଳ ବିଦାୟ ଦେଇ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ମଳୟ ଆନନ୍ଦ କୁମାର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ