ଧର୍ମପ୍ରାଣ ଓ ପରୋପକାରୀ ଶରତ ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଜଣେ ଧର୍ମପ୍ରାଣା, ପରୋପକାରୀ, ସରଳ, ନିଷ୍କପଟ, ସାଧୁ ଓ ସଚ୍ଚୋଟ ବ୍ୟକ୍ତି ଶରତ କୁମାର ଦାସଙ୍କର ରବିବାର ସକାଳ ସାଢେ ୭ଟା ସମୟରେ ୮୭ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ଗତ ୧୯୩୮ମସିହାରେ ଏକ ଜମିଦାର ପରିବାରରେ ଜନ୍ମଲାଭ କରିଥିବା ସ୍ୱର୍ଗତ ଦାସଙ୍କ ବିୟୋଗରେ ଭରତପୁର ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜନ୍ମମାଟି ଭରତପୁର ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସୁଧାଂଶୁ ମୁଖାଗ୍ନି ଦେଇଥିଲେ । ଏହି ଶେଷକୃତ୍ୟରେ ମଧ୍ୟମପୁତ୍ର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାଂଶୁ, କନିଷ୍ଠପୁତ୍ର ନିମାଇଁ ଚରଣ ମାନସିକ ନ୍ୟୂନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ, ସାନଭାଇ ପ୍ରବୋଧ, ବିଜୟ, ଚିତ୍ତରଞ୍ଜନ, ସଞ୍ଜୟ, ସନ୍ତୋଷ, ବିଭୁତି, ସତ୍ୟପ୍ରିୟ, ଶୁକାନ୍ତ, ସୁଧିର, ଗୋଲକ, ନାତି ଶ୍ରୀହରି, ସତ୍ୟଜିତ, ସ୍ମୃତିରଞ୍ଜନ, କାହ୍ନା, ରାଜ, ପ୍ରଫୁଲ୍ଲ, ହିମାଂଶୁ, ବିଶ୍ୱଜିତ, ଅଶୋକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସ୍ଥାନୀୟ ସରପଞ୍ଚ ନିଳାମ୍ବର ମଲିକ, ସମିତିସଭ୍ୟ ପ୍ରଣତି ବେହେରା, ବିଶ୍ୱଜିତ ସାମଲ, ସୁଶିଲ ବେହେରା, ଆଇନଜୀବୀ ପ୍ରଦୀପ ଦାଶ, କବି କରୁଣାକର ଦାସ, ଶାରଦା ପ୍ରସାଦ ମହାନ୍ତି, ମନୋରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଶୋକବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ