ଧର୍ମୀୟ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ବାଲେଶ୍ୱର : କରୋନା ସଂକ୍ରମଣର ମୁକାବିଲା ଓ ଜନ ସଚେତନତା ସୃଷ୍ଟି ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଧର୍ମୀୟ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚର ପ୍ରତିନିଧିମାନେ ଯୋଗ ଦେଇ କରୋନା ସଂକ୍ରମଣ ସଂପର୍କରେ ସଚେତନତା ସୃଷ୍ଟି ଉପରେ ଆଲୋଚନା କରିଥିଲେ । କରୋନା ସଂକ୍ରମଣର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶେଷ କରି ଧର୍ମୀୟ ଅନୁଷ୍ଠାନଗୁଡିକରେ ବାରମ୍ବାର ହାତଧୁଆ ବ୍ୟବସ୍ଥା କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ଥଣ୍ଡା ଓ କାଶରେ ପୀଡିତ ଲୋକଙ୍କୁ ପ୍ରବେଶ ଅନୁମତି ନ ଦେବା ଉପରେ ବୈଠକରେ ସହମତି ପ୍ରକାଶ ପାଇଥିଲା । ସେହିପରି ବିଦେଶରୁ ଆସିଥିବା ଲୋକଙ୍କ ସଂପର୍କରେ ସୂଚନା ପାଇବା ମାତ୍ରେ ସେମାନଙ୍କୁ ଡାକ୍ତରଖାନା ଆଣିବା ଓ ଘରେ ଏକୁଟିଆ ରହିବାକୁ କହିବା ଲାଗି ଧର୍ମୀୟ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଏଡିଏମଓ ଡା. ଦୁଲାଳସେନ ଜଜଗଦ୍ଦେବ, ଡା. ଶଶାଙ୍କ ଶେଖର ଚୌଧୁରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ