ଧର୍ମେନ୍ଦ୍ରଙ୍କୁ କରୋନା
ନୂଆଦିଲ୍ଲୀ, (ୱାଇଏନ୍ଏସ୍) : ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର କରୋନା ସଂକ୍ରମିତ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ସମେତ ତାଙ୍କର ୩ ଜଣ କର୍ମଚାରୀ ମଧ୍ୟ କରୋନାର ଶିକାର ହୋଇଛନ୍ତି। ପ୍ରଥମେ ଧର୍ମେନ୍ଦ୍ରଙ୍କର ତିନିଜଣ କର୍ମଚାରୀ କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ୍ କରାଇଥିଲେ। ଯେଉଁଥିରୁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଧର୍ମେନ୍ଦ୍ର କରୋନା ଟିକା ନେଇଥିଲେ। ହେଲେ ଏହା ପରେ ବି କରୋନା ଆକ୍ରାନ୍ତ ହେବା ପରିବାରକୁ ଚିନ୍ତାରେ ପକାଇଛି।


