ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଲୋକମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ସାଂପ୍ରତିକ ବିଶ୍ୱ କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଚାଷର ସୁରକ୍ଷା ଏବଂ ମାଆ ମାଟିର ଉନ୍ନତି, ପରିବାରର ଆଦର ଏବଂ ସମ୍ମାନ ଓ ସମାଜରେ ଭାଇଚାରାକୁ ବ୍ୟାପକ କରିବା ନୂଆଁଖାଇର ମୁଖ୍ୟ ସନ୍ଦେଶ । ନୂଆଁଖାଇର ସନ୍ଦେଶ ପାଳନ କଲେ ପରିବାର ଏବଂ ସମାଜରେ ସୁଖ, ଶାନ୍ତି ରହିବ । ସାରା ଦୁନିଆ ବିଶ୍ୱ ମହାମାରୀ ସହ ଲଢେଇ କରୁଛି । ଏହି ସମୟରେ ସମସ୍ତଙ୍କୁ ମିଳିମିଶି ରହିବା ସହ ନିଜ ପରିବାରର ଯତ୍ନ ନେବାର ଆବଶ୍ୟକତା ରହିଛି । ଏହା ଚଳିତବର୍ଷ ନୂଆଁଖାଇର ବିଶେଷବାର୍ତ୍ତା । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ବ୍ୟବଧାନରେ ବାରମ୍ବାର ସବୁନରେ ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି । ଏହି ଅବସରରେ ପ୍ରଧାନ ମାଆ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ନିରାମୟ ଜୀବନ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ