ଧର୍ମେନ୍ଦ୍ର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ର ବିଜେଡି ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ କୁ ନେଇ ସମଗ୍ର ଓଡିଶା ରେ ଚହଳ ସୃଷ୍ଟି ହୋଇଥିଲା । ତାଙ୍କର ବ୍ୟକ୍ତିତ୍ୱ ଓ ଲୋକପ୍ରିୟତାପାଇଁ ସେ ଗୋପ ଅଞ୍ଚଳରେ ଥିବା ସମସ୍ତ ରାଜନୈତିକ ଦଳ ର ନେତା ଓ କର୍ମୀ, ସାଧାରଣ ଜନତା ଙ୍କ ଅତି ପ୍ରିୟଭାଜନ ହୋଇ ପାରିଥିଲେ। ଧର୍ମେନ୍ଦ୍ର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତାଙ୍କ ସାଙ୍ଗସାଥି ଓ କିଛି ସାମ୍ବାଦିକମାନଙ୍କ ଦ୍ଵାରା ପାଳିତ ହୋଇଛି ।ତାଙ୍କର ଗତ ବର୍ଷ ସେପ୍ଟେମ୍ବର ମାସ ୨୩ ମଧ୍ୟରାତ୍ରୀ ରେ ସନ୍ଦେହଜନକ ମୃତ୍ୟୁ ପରେ ସମଗ୍ର ଗୋପ ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା। ତାପରେ ଓଡିଶା ରାଜନୀତିରେ ଏକ ଜଡ଼ ସୃଷ୍ଟି ହୋଇଥିଲା । ଆଜି ତାଙ୍କର ତିଥି ଅନୁଯାୟୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗୋପ ସାମ୍ବାଦିକ ସଂଘ ଓ ତାଙ୍କ ବନ୍ଧୁମାନଙ୍କ ମିଳିତ ସହଯୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପ ଓ ନିମାପଡା ର ବରିଷ୍ଠ ସାମ୍ବାଦିକ ମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।ପ୍ରଥମେ ଗୋପ ର ବିଶିଷ୍ଟ ଭାଷାବିତ ତଥା ପ୍ରବଚକ ବିମ୍ବାଧର ସେନାପତି ଗୀତା ପାଠ କରିବା ସହିତ ସ୍ୱର୍ଗତ ଆତ୍ମାର ସତଗତି ନିମନ୍ତେ ସ୍ମୃତିସଭା ର ଆୟୋଜନ ହୋଇଥିଲା ।ପରେ ପରେ ସ୍ଥାନୀୟ କଳିଙ୍ଗ ପବ୍ଲିକ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ମାନେ ପ୍ରସାଦ ସେବନ କରିଥିଲେ l ତାଙ୍କ ର ସ୍ମତି ଉଦ୍ଦେଶ୍ୟ ରେ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ୫ଜଣ ଖବରକାଗଜ ବିତରକ ଓ ସତ୍ୟଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ମତିସଭା ରେ ବିଭୁତି ଭୂଷଣ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ସାଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ, ସଞ୍ଜୟ କୁମାର ସେନାପତି, ସ୍ଥାନୀୟ ନାରୀନେତ୍ରୀ ସବିତା ଦାସ, ବରିଷ୍ଠ ସାମ୍ବାଦିକ ମିଲନ କୁମାର ମହାନ୍ତି, ରମାକାନ୍ତ ବେହେରା, ପ୍ରଦ୍ୟୁମ୍ନ କୁମାର ବେହେରା, ଚନ୍ଦ୍ରକାନ୍ତ ସାହୁ, ରମେଶ ବାରିକ, ଧର୍ମେନ୍ଦ୍ର ସିଂହ ପ୍ରଭୁତି ସମାଜସେବୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ