ଧର୍ମ ପରାୟଣାଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଂଚାୟତ କୋଳିଗଡି ଗ୍ରାମର ଧର୍ମପରାୟଣା ମହିଳା ତଥା ବିଜେପିର ବରିଷ୍ଠ ନେତା ନିର୍ମଳ କରଙ୍କ ସହଧର୍ମିଣୀ ବିନୋଦିନୀ କରଙ୍କର ୬୯ବର୍ଷ ବୟସରେ କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ପରଲୋକ ହୋଇଯାଇଛି।ଅସୁସ୍ଥ ହୋଇ ପଡ଼ିଥିବା ବିନୋଦିନୀ ଦେବୀଙ୍କର ଚିକିତ୍ସା ଚାଲିଥିବା ବେଳେ ହୃଦଘାତରେ ପରଲୋକ ଘଟିଥିଲା। ଗ୍ରାମରେ ଆତ୍ମୀୟସ୍ଵଜନ,ବନ୍ଧୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କ ବିୟୋଗରେ ବିଜେପି ଓ ଅନ୍ୟାନ୍ୟ ରାଜନୈତିକ ଦଳର ସ୍ଥାନୀୟ ନେତୃବୃନ୍ଦ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ