ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ଵର୍ଗତ ଗୋଦାବରୀ ବିଷୋୟୀଙ୍କ ଧର୍ମପତ୍ନୀ ଅହଲ୍ୟା ବିଷୋୟୀଙ୍କର ଆଜି 95 ବର୍ଷ ବୟସରେ ନିଜ ବାସ ଭବନରେ ସକାଳ ଆଠ ଘଣ୍ଟା ଚବିଶି ମିନିଟ୍ ସମୟରେ ପରଲୋକ ଘଟିଛି I ସ୍ଵର୍ଗତା ବିଷୋୟୀ ଗ୍ରାମର ବୟୋଜ୍ୟେଷ୍ଠା ମହିଳା ଥିଲେ I ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ସହିତ କଠୋର ପରିଶ୍ରମୀ ମଧ୍ୟ ଥିଲେ I ସେ ଗ୍ରାମର ସମସ୍ତଙ୍କର ପ୍ରିୟ ସୁନ୍ଦରୀ ମାଆ ଭାବରେ ଭାବରେ ପରିଚିତା ଥିଲେ I ଜଣେ ମେଳାପୀ, ପରୋପକାରୀ,ଧର୍ମପରାୟଣା ମହିଳା ଭାବରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଚାରି ପୁଅ ଶରତ, ସୁଦର୍ଶନ, ମନୋଜ, ପ୍ରଦୀପ, ଚାରି ବୋହୂ, ନାତି ସୁବ୍ରତ, ସୁଧାଂଶୁ, ବିଶ୍ୱରଞ୍ଜନ, ଚିତ୍ତରଞ୍ଜନ, ସୂର୍ଯ୍ୟ, ଚନ୍ଦ୍ରଙ୍କ ସମେତ ଝିଅ, ଜ୍ୱାଇଁ, ନାତୁଣି ଏବଂ ଅନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ I ଅହଲ୍ୟାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା I ତାଙ୍କ ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ବିଷୋୟୀ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କର ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ସମସ୍ତ ସମବାୟ ସମିତି ସମ୍ପାଦକ, ଭଞ୍ଜନଗର ଆର୍.ଏମ୍.ସି ସମ୍ପାଦକଙ୍କ ସମେତ ସମସ୍ତ କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତା ବିଷୋୟୀଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତା ବିଷୋୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ପ୍ରକାଶ ଥାଉ କି ସ୍ଵର୍ଗତା ଅହଲ୍ୟାଙ୍କ ସ୍ୱାମୀ ଗୋଦାବରୀ ବିଷୋୟୀଙ୍କର ମଧ୍ୟ ଗତ ଡିସେମ୍ବର ମାସରେ ପରଲୋକ ଘଟିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ