ଧର୍ମ ପରାୟଣା ମହିଳାଙ୍କ ପରଲୋକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଅଞ୍ଚଳ କଲୋନୀ ମେନ୍ ରୋଡ଼ ରେ ରହୁଥିବା ଧର୍ମ ପରାୟଣା ମହିଳା କନକ ମଞ୍ଜରୀ ମିଶ୍ର (୮୬)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି।ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟର ସଂସ୍ଥାପକ ବ୍ରହ୍ମା ବାବାଙ୍କ ବାଣୀ ଓ ଆଦର୍ଶକୁ ଦିଗପହଣ୍ଡି ସହରରେ ପ୍ରଚାର ଓ ପ୍ରସାର କରିବା ଦିଗରେ ସେ ପ୍ରଥମ ମହିଳା ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ପରଲୋକ ଖବର ପାଇ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ରକ୍ତଦାତା ସଂଘ ସଭାପତି ଭି. ଧର୍ମା ରାଜୁ, ସିପିଆଇ ନେତା ଅଳକନାଥ ମିଶ୍ର, କିଶୋର କୁମାର ଶତପଥି,ଦଣ୍ଡପାଣି ସାହୁ, ପ୍ରେସ କ୍ଲବ ସଭାପତି ଅଶେଷ ନାଥ ମିଶ୍ର,ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ଙ୍କ ସମେତ ବହୁ ଗଣ୍ଯମାନ୍ଯ ବ୍ଯକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗୁପ୍ତେଶ୍ବର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା।ସ୍ୱର୍ଗତ କନକ ମଞ୍ଜରୀ ହେଉଛନ୍ତି ଖେମୁଣ୍ଡି ରକ୍ତଦାତା ସଂଘର ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ରଙ୍କ ମାତା।ତାଙ୍କରି ବିୟୋଗରେ ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦିଗପହଣ୍ଡି ଶାଖା ମୁଖ୍ୟ ବ୍ରହ୍ମା କୁମାରୀ ଅରୁନ୍ଧତୀଙ୍କ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।