ଧର୍ମ ପରାୟଣା ମହିଳାଙ୍କ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଞ୍ଚାୟତର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମ ଚରଣ ବିହାରୀଙ୍କ ଧର୍ମପତ୍ନୀ ମେନକା ସୁନ୍ଦରୀ ବିହାରୀଙ୍କର ୯୨ବର୍ଷ ବୟସରେ ତାଙ୍କ ଇନ୍ଦୁପୁର(କଅଁରପୁର) ସ୍ଥିତ ବାସଭବନରେ ଶୁକ୍ରବାର ଅପରାହ୍ନ ୨ଟା ୪୦ମିନିଟ ସମୟରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ରବଧୁ ଶୋଭନବିହାରୀ, ମଧ୍ୟମପୁତ୍ର ମନୋଜ, କନିଷ୍ଠ ପୁତ୍ର ତୁଷାରରଞ୍ଜନ, ଜ୍ୱାଇଁ କୁମର ନାୟକ, ଅପୂର୍ବ ସିଂ, ଶଚିକାନ୍ତ ପୃଷ୍ଟି, ଭଣଜାଙ୍କ ସମେତ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ସ୍ନେହୀ, ପରୋପକାରୀ, ମିଷ୍ଟଭାଷି ଓ ଧର୍ମପ୍ରାଣା ମହିଳା ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମଧ୍ୟମପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ ।


