ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ପଂଚାୟତ ଶ୍ରୀକରପୁର ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଗଙ୍ଗାଧର ମହାପାତ୍ରଙ୍କ ୭୮ ବର୍ଷ ବୟସରେ ଆଜି ପରଲୋକ ଘଟିଛି I ସ୍ଵର୍ଗତ ଗଙ୍ଗାଧର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ କିରାଣୀ ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରି ନିଜ ପୈତୃକ ଗ୍ରାମରେ ରହୁଥିଲେ I ଆଜି ହଠାତ୍ ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ସେ ମୃତ୍ୟୁବରଣ କରିଥିଲେ I ସ୍ଵର୍ଗତ ମହାପାତ୍ରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ ତ୍ରିନାଥ,ଭାସ୍କର,ଝିଅ ଚନ୍ଦ୍ରମଣି ,ବୋହୂ,ନାତିନାତୁଣି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ମହାପାତ୍ର ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା I ଫୁଲବାଣୀର ଶିବ ଶଙ୍କର ସାହୁ, ଆଇନଜୀବୀ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସମେତ ବହୁ ଆଇନୀଜୀବୀ, ୪୭ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା, ବହୁ ସରପଂଚ, ସମିତିସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ମହାପାତ୍ରଙ୍କ ଅନ୍ତିମ ଦର୍ଶନ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମଝିଆ ପୁଅ ମୁଖାଗ୍ନି ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ