ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ର ଜଣେ ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ ହୋଇଛି l ଛତ୍ରପୁର ତାଡେ଼ପଲ୍ଲୀ ସାହିର ଜଗବନ୍ଧୁ ପାଣିଗ୍ରାହୀ ଙ୍କ ଗତକାଲି ପରଲୋକ ଘଟିଛି l ସ୍ବର୍ଗତ ଜଗବନ୍ଧୁ ପାଣିଗ୍ରାହୀ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ସହରରେ ବେଶ ପରିଚିତ ଥିବା ବେଳେ ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ର ମୁଖ୍ୟ ଭାବେ ରହି ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ l ଗତ କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ କାଲି ତାଙ୍କର ମୃତ୍ୟୁ ଘଟିଛି l ଶନିବାର ତାଙ୍କର ମର ଶରୀର ତାଡେ଼ପଲ୍ଲୀ ସାହି ସ୍ଥିତ ତାଙ୍କ ନିଜସ୍ୱ ବାସ ଭଵନରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା l ତାଙ୍କର ମର ଶରୀର କୁ ଛତ୍ରପୁର ସହର ପରିକ୍ରମା କରାଯାଇ ପାଲିଆ ଛତ୍ରପୁର ସ୍ଥିତ ସ୍ମଶାନ ରେ ଶବ ସତ୍କାର କରାଯାଇଥିଲା l ସ୍ବର୍ଗତ ଜଗବନ୍ଧୁ ପାଣିଗ୍ରାହୀ ଜଣେ ମେଳାପୀ, ବନ୍ଧୁ ବାତ୍ସଲ୍ୟ ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ସହରରେ ପରିଚିତ ଥିବାରୁ ତାଙ୍କର ମୃତ୍ୟୁରେ ତାଙ୍କ ପରିବାର ବର୍ଗ ଓ ଅଂଚଳର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ