ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବଦଳିଗାଁ ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର ଆଇ) ଶରତ ଚନ୍ଦ୍ର ପଶାଙ୍କ ଗତକାଲି ବାୟସାଧିକ କାରଣ ଯୋଗୁଁ ପରଲୋକ ଘଟିଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।ସେ ଆଧ୍ୟାତ୍ମିକବାଦୀ, ଧର୍ମ ପରାୟଣ,ପରୋପକାରୀ ଓ ଦରଦୀ ମଣିଷ ଥିଲେ।ତାଙ୍କ ବିୟୋଗରେ ନିଜ ଗ୍ରାମ ତଥା ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।ତାଙ୍କର ୪ ପୁଅ,୧ ଝିଅ,ବୋହୁ,ନାତିନାତୁଣୀ ଓ ପରିବାର ବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।ପୁଅ ଅନନ୍ତ କୁମାର ପଶାଙ୍କ ବ୍ଲକର ବିଭିନ୍ନ ସାମାଜିକ,ସାଂସ୍କୃତିକ ଓ ରାଜନୈତିକ ସଂସ୍ଥା ସହିତ ସଂପୃକ୍ତି ରହିଛି। ବଡ଼ସାହି ବ୍ଲକ୍ ଅଧ୍ୟକ୍ଷା ମିନତୀ ସିଂ,ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ଦାସ,ରଣଜିତ୍ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।