ଧର୍ମ ପରାୟଣ ମହିଳାଙ୍କ ଦେହାନ୍ତ
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ପୌର ପରିଷଦ ଅଧିନରେ ଥିବା ଦେଉଳୀ ଗ୍ରାମେଶ୍ବର ଗ୍ରାମର ପ୍ରଫୁଲ୍ଲ ସ୍ବାଇଁଙ୍କ ଧର୍ମ ପତ୍ନୀ ହରପ୍ରିୟା ସ୍ବାଇଁ (୫୫)କାଲି ଭୋର୍ ୪ ଟାରେ ହୃଦ୍ ଘାତରେ ମୃତ୍ୟୁବରଣ କରିଛନ୍ତି। ଗତ କାଲି ରାତିରେ ଖାଇ ପିଇ ଶୋଇଥିଲେ। ଅସୁସ୍ଥତା ଅନୁଭବ କରି ଭୋରୁ ଗ୍ଯାସ୍ ବଢିଯାଇଛି ଭାବି ବାଥ୍ ରୁମ୍ ଯାଇଥିଲେ। ସେ ବେସିନ୍ ରେ ମୁହଁଥୋଉଥିବା ବେଳେ ବେସିନ ଉପରେ ମୁହଁ ମାଡ଼ି ପଡିଯାଇଥିଲେ। ତାଙ୍କୁ ଆଣି ଘରେ ଶୁଆଇ ଦେଇଥିଲେ। ପରେ ପରେ ଡାକ୍ତର ଖାନାକୁ ନେବାକୁ ବାହାରୁ ଥିବା ବେଳେ ସେ ମୃତ୍ୟୁ ବରଣ କରିଥିବା ଜାଣି ପାରିଲେ। ସେ ଜଣେ ଧର୍ମ ପ୍ରାଣା ମଳାପି ବ୍ଯକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ବଡ ଝିଅ ଜଗତସିଂହପୁର ଥାନାରେ ଏସ୍ ଆଇ ଅଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।। ବହୁମାଣ୍ଯ ଗଣ୍ଯ ବ୍ଯକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ। ଏକ ମାତ୍ର ୧୯ ବର୍ଷର ପୁତ୍ର ପବିତ୍ର ମୁଖାଗ୍ନୀ ଦେଇ ଥିଲେ। ଭଣଜା ଆଡ୍ ଭୋକେଟ୍ ଅଶୋକ ସ୍ବାଇଁ, ଅଭୟ, ଅଜୟ, ବାପୁ, ପୁତୁରା ଶୁକାନ୍ତ, ପ୍ରଶାନ୍ତ ଓ ଦୁଷ୍ମନ୍ତ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।