ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ଗ୍ରାମର ଧର୍ମ ପରାୟଣା ମହିଳା ମନୋରମା ବାରିକ(୪୨)ଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଫୁସଫୁସ କ୍ୟାନ୍ସରରେ ପୀଡିତ ଥିବାବେଳେ ଗତ ଗୁରୁବାର ଦିନ ତାଙ୍କର ପରଲୋକ ହୋଇଥିବା ସୂଚନା ଦିଆଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଅନନ୍ତ ବାରିକଙ୍କ ସମେତ ଶ୍ୱଶୁର ପଦ୍ମନାଭ ବାରିକ, ଦିଅର ଗୋପାଳ ବାରିକ , ଗୋବିନ୍ଦ, ପୁଅ କାହ୍ନା, ଶିବୁ ଓ ଝିଅ ଜ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ପଞ୍ଚାୟତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିର୍ଗୁଣ୍ଡି ବାସଭବନ ଠାରେ ପହଂଚି ମନୋରମାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ