ଧର୍ମ ପରାୟଣ ମହିଳାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କପୂଣ୍ଡି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ହୃଷିକେଶ ଜେନାଙ୍କ ପତ୍ନୀ ବିମଳା ଜେନାଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ ବୁଧବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀଙ୍କ ସମେତ ପୁଅ ଅରୁଣ, ବୋହୂ ସ୍ଵୟଂପ୍ରଭା, ଝିଅ ଝରଣା ଜେନା, ଜୟନ୍ତୀ ନାୟକ, ରଞ୍ଜନା ଜେନା, ନିର୍ମଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ଜ୍ଞାନେନ୍ଦ୍ର କୁମାର ଜେନା, ଅମୂଲ୍ୟ କୁମାର ଜେନା, ରାମକୃଷ୍ଣ ଜେନା, ନରେନ୍ଦ୍ର କୁମାର ଜେନା , ଆଶିଷ କୁମାର ଜେନା, ତାପସ କୁମାର ଜେନା, ସୌମ୍ୟ ରଞ୍ଜନ ଜେନା, ଅଶୋକ କୁମାର ଜେନା, ଅନନ୍ତ ନାରାୟଣ ଜେନା, ଆଶୁତୋଷ ଜେନା ଗୌରାଙ୍ଗ ଚରଣ ନାୟକ, ଭେଙ୍କଟ ରମଣ ସ୍ୱାଇଁ, ଜ୍ୟୋତି ରଞ୍ଜନ ଜେନା, ଦେବାଶିଷ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରଯାଇଥିଲା। ପୁଅ ଅରୁଣ ଜେନା ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ