ଧର୍ମ ପରାୟଣ ଶତାୟୁ ମହିଳାଙ୍କ ପରଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର କିରିକୁଟୀ ଗାଁରେ ଧର୍ମପରାୟଣ ଶତାୟୁ ମହିଳା ଲାବଣ୍ୟବତୀ ଦଣ୍ଡସେନାଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ବିୟୋଗ ଘଟିଛି କ୍ଷ ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା କ୍ଷ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଘଟିଛି କ୍ଷ ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଆନନ୍ଦେସ୍ଵର ଦଣ୍ଡସେନା, ମଝିଆ ପୁଅ ରମାକାନ୍ତ ଦଣ୍ଡସେନା ବ୍ରହ୍ମକ୍ଷନନ୍ଦ ଦଣ୍ଡସେନା, ନାରାୟଣ ଦଣ୍ଡସେନା ଅନ୍ତର‌୍ୟ୍ୟାମୀ ଦଣ୍ଡସେନା ଝିଅ ପ୍ରେମଶୀଳା ସମସ୍ତ ପୁତ୍ର ବଧୂ ନାତି ନାତୁଣୀ ଉପସ୍ଥିତ ଥିଲେ କ୍ଷ ଗାଁ ମଶାଣିରେ ପରମ୍ପରା ଅନୁଯାୟୀ ଶବ ସତ୍କାର କରାଯାଇଥିଲା କ୍ଷ ଲାବଣ୍ୟବତୀଙ୍କ ବିୟୋଗ ଖବର ପାଇ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଆସି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ସେ ଜଣେ ପରୋପକାରୀ ଧର୍ମପରାୟଣ ମିଷ୍ଟଭାଷୀ ମହିଳା ହୋଇ ଥିବାରୁ କିରିକୁଟି ପଂଚାୟତ ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ