ଧର୍ମ ପାଇଁ ଗୀତ ଗାଇବା ଛାଡ଼ିଦେଲେ ଏହି ଗାୟିକା
ପାକିସ୍ତାନର ସଙ୍ଗୀତ ଜଗତରେ ଏକ ଚକିତ ଖବର ଶୁଣିବାକୁ ମିଳିଛି । ସୁଫି ଗାୟିକା ଶାଜିୟା ଖୁସ୍କ ସଙ୍ଗୀତ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଦେଇଛନ୍ତି । ଆଉ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଦେଇଛନ୍ତି । ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ତାଙ୍କ କଥାକୁ ମାନି ନେଇଛନ୍ତି । ଏକ ରେିପାର୍ଟ ଅନୁସାରେ, “ଲାଲ୍ ମେରୀ ପତ ‘ ଏବଂ “ଦାନେ ପେ ଦାନା ‘ ପରି ଲୋକପ୍ରିୟ ଗୀତ ଗାଇ ସେ ବେଶ୍ ପରିଚିତ ଲାଭ କରିଛନ୍ତି । ଶାଜିୟା ସୁଫି ଗାୟିକା ସହ ସିନ୍ଧି ଲୋକ କଳାକାର ଭାବରେ ବି ଜଣାଶୁଣା । ଗୀତ ଗାଇବା ଛାଡ଼ିବା ପଛରେ ଏକ କାରଣ ରହିଛି । ସେ କହିଛନ୍ତି, ନିଜକୁ ସମ୍ପୂର୍ଣ୍ଣ ଇସ୍ଲାମୀ ଭାବେ ଗଢ଼ିବାକୁ ଚାହୁଁଛନ୍ତି । ତେଣୁ ଏପରି ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଜଣାଇ ସାରିଛନ୍ତି । କହିରଖୁଛୁ, ଏହା ପୂର୍ବରୁ ନ୍ୟାଶନାଲ ଆୱାର୍ଡ ପାଇଥିବା ଅଭିନେତ୍ରୀ ଜାଇରା ୱାସିମ୍ ମଧ୍ୟ ଧର୍ମ ପାଇଁ ଅଭିନୟ ଦୁନିଆ ଛାଡ଼ି ଦେଇଥିଲେ । ଜାଇରା ସୋସିଆଲ ମିଡିଆରେ ଲେଖିଥିଲେ, ଏହି ଲାଇନ୍ ଛାଡ଼ିବା ପାଇଁ ୫ ବର୍ଷ ପୂର୍ବରୁ ଭାବିଥିଲି । ଆଲ୍ଲାଙ୍କୁ ସମୟ ଦେଇପାରୁ ନ ଥିଲି । ମୁଁ ଏବେ ପୂରା ଫିଟ୍ । ଏଥିସହିତ କୋରାନ୍ ବିଷୟରେ ବି କିଛି କଥା ପୋଷ୍ଟ କରିଥିଲେ ।