ଧର୍ମ ପ୍ରଚାରକଙ୍କ ପରଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆମେରିକାର ନ୍ୟୁୟର୍କରେ ରହୁଥିବା ଓଡିଆ ଖ୍ରୀଷ୍ଟିୟାନ ଆଚାର୍ଯ୍ୟ ତଥା ଧର୍ମ ପ୍ରଚାରକ ବ୍ରାଉନ ନାୟକଙ୍କର ଗତ ଅଗଷ୍ଟ ୧୫ ତାରିଖରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଆଚାର୍ଯ୍ୟ ବ୍ରାଉନ୍‍ ୧୯୪୮ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମଲ୍ଲିକପଡି ପଞ୍ଚାୟତ ଅନ୍ତର୍ଗତ ମୁକୁଲିଙ୍ଗିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନିଜ ଅଧ୍ୟବସାୟ ବଳରେ ଜି.ଉଦୟଗିରିରୁ ପ୍ରାଥମିକ ଶିକ୍ଷା ଏବଂ କଟକ ଖ୍ରୀଷ୍ଟ କଲେଜରୁ ସ୍ନାତକୋତର ଶିକ୍ଷା ଶେଷ କରି ବାଙ୍ଗାଲୁରରେ ବାଇବେଲରେ ବିଇଡି କରିଥିଲେ। କିଛି ଦିନ ସେ ନିଜ ଗ୍ରାମର ସ୍କୁଲରେ ଶିକ୍ଷକତା କରିଥିଲେ। ଏଥି ସହ ଜି.ଉଦୟଗିରି ଡାଏସିସ୍‍ ଅଫ କଟକ ଆନୁକୁଲ୍ୟରେ ମିଶନାରୀ ଭାବେ କାର୍ଯ୍ୟ କରିଥିଲେ। ସଂଖ୍ୟାଲଘୁ ନେତା ସ୍ୱର୍ଗତ ଅନାମାୟକଙ୍କ ସାହାଯ୍ୟରେ ସେ ୧୯୭୪ରେ ଆମେରିକା ଯାଇ ସେଠାରେ ଟେଲିଭିଜନ ପ୍ରଚାରକ ଭାବେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଥିଲେ। ପରେ ସେଠାରେ ବିବାହ କରି ସେଠାକାର ନାଗରିକତ୍ୱ ଗ୍ରହଣ କରି ରହି ଯାଇଥିଲେ। ସେ ଆମେରିକାରେ ରହୁଥିଲେ ମଧ୍ୟ ନିଜ ଭିଟା ମାଟି ପ୍ରତି ନିଜର ଦାୟିତ୍ୱକୁ ଭୁଲି ନଥିଲେ। ସେ ଅନେକ ଅନାଥ ଛାତ୍ରଛାତ୍ରୀଙ୍କୁ ପଢିବାରେ ସହୟତା କରୁଥିଲେ। ତାଙ୍କ ବିୟୋଗରେ ଜି.ଉଦୟଗିରି ସମେତ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ