ଧର୍ମ ପ୍ରାଣମହିଳାଙ୍କ ପରଲୋକ
ବାଲିକୁଦା, (ଅନସୂୟା ରାଉତ):ବାଲକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତର ପୋଦରୁଆଁ ଗ୍ରାମର ଶାରଳା ମହାନ୍ତି 89ବର୍ଷରେ ଗତ ରାତ୍ରିରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର କନିଷ୍ଠ ପୁତ୍ର ପୁରେନ୍ଦ୍ର ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ମାନ୍ଯବର ରଘୁ ନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ମୃତ୍ୟୁ ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଗ୍ରାମ ଶ୍ମଶାନରେ ସ୍ବର୍ଗତା ମହାନ୍ତିଙ୍କ ଶେଷ କୃତ୍ଯ ସମ୍ପନ୍ନ କରାଯାଇଥିଲା। ଜ୍ଯେଷ୍ଠ ପୁତ୍ର ସୁରେନ୍ଦ୍ର ମହାନ୍ତି, ଜାମାତା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ନିରଞ୍ଜନ ରାଉତ, ଝିଅ କଳ୍ପନା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


