ଧର୍ଷଣ ସଂସୃତି ବିରୋଧରେ ସଭା ଓ ଶୋଭାଯାତ୍ରା

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଦେଶ ଦଳିତ ମହିଳା ମାନଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନ ଭାବରେ ପରିଣତ ହୋଇସାରିଛି | ଦିନକୁ ଦିନ ଉଲିଖିତ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର ବଢିଚାଲିଥିଲେ ବି ସରକାର ନିରବଦ୍ରଷ୍ଠା ହୋଇ ରହିଛନ୍ତି | ଏହାର ପ୍ରତିକାର ଲାଗି କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ ବୋଲି କହିଛନ୍ତି କାଶୀନାସର ନାଗରିକ ମଞ୍ଚ ସଭାପତି କବି ପ୍ରଶାନ୍ତ ମିଶ୍ର | ଉତ୍ତର ପ୍ରଦେଶରେ ଲାଗିରହିଥିବା ଧର୍ଷଣ ମାମଲା ବିରୁଦ୍ଧରେ ଆଲୋଚିତ ଶୋଭାଯାତ୍ରା ଶେଷରେ ଅନୁଷ୍ଠିତ ସମାବେଶରେ ସେ ଉଦ୍ବୋଧନ ଦେଇ ଏହା କହିବା ସହିତ ଯୋଗୀ ସରକାରର ଇସ୍ତପା ଦାବି କରିଛନ୍ତି | ଏଠାରେ ପ୍ରକାଶ ଯୋଗ୍ୟ ଯେ କାଶୀନଗର “ଦେବୀ ୟୁଥ ” ଓ “ଅବଦୁଲ କାଲାମ ୟୁଥ ଫୋରମ ” ତରଫରୁ ଧର୍ଷଣ ସଂସୃତି ବିରୋଧରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ ଦେବୀ ୟୁଥ ର ସଭାପତି ପୋଲାକ ତିରୁପତି ଓ ତାଙ୍କ ଟିମ ,ଅବଦୁଲ କାଲାମ ୟୁଥ ଫୋରମ ର ସଭାପତି ସମ୍ପାଦକ କେ.ରାମବାବୁ , ଟି. କ୍ରୀଷ୍ଣା, ଯୁବନେତା ରଘୁରାମ ସାହୁ, କାଶୀନଗର ରଇତ ସଂଘ ଉପ ସଭାପତି ୱାଇ.ଧନଞ୍ଜୟ ,କୋସାଦକ ବସନ୍ତ କୁମାର ଦାମୋଦର, ବୁଦ୍ଧିଜୀବୀ ହୃଷିକେଶ ଗୌଡ଼, ରାଜେଶ ପଟନାୟକ ଆଦି ଯୋଗଦେଇ ଦଳିତ ଓ ମହିଳା ମାନଙ୍କ ପ୍ରତି ଦେଶରେ ଚାଲିଥିବା ଅତ୍ୟାଚାରର ନିନ୍ଦା କରିଥିଲେ | ଏଥିପରି ଉତ୍ତର ପ୍ରଦେଶ ସରକାରଙ୍କର ଉଦାସୀନତା ଗ୍ରହଣୀୟ ନୁହେ ବୋଲି ମତ ଦେଇଥିଲେ | ଶୋଭାଯାତ୍ରା ବ୍ଲକ ସି.ଏଚ.ସି ଛକରୁ ବାହାରି ଷ୍ଟେଟବ୍ୟାଙ୍କ ଛକକୁ ଯାଇ ପୁଣି ଉକ୍ତ ଛକକୁ ଫେରିଥିଲା | ସେଇଠି ସଭା ଅନୁଷ୍ଠିତ ହେବ ପରେ ମହମବତୀ ଜଳାଇ ମନୀଷା ବାଲ୍ମିକୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ