ଧଳା ଜହର ରଖିବା ଅଭିଯୋଗରେ ୧ ଗିରଫ
ରାଇରଙ୍ଗପୁର-ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପଛ ଗଳିରୁ ଜଣେ ଯୁବକ ବ୍ରାଉନ ସୁଗାର ରଖିଥିବା ଜାଣି ଏସଡିପିଓ ସ୍ନେହାଶୀଷ ସାହୁଙ୍କ ନିର୍ଦେଶ କ୍ରମେ ରାଇରଙ୍ଗପୁର ଟାଉନଥାନା ଅଧିକାରୀଣୀ ରେଣୁବାଳା ସାହୁ ,ସବ ଇନ୍ସପେକ୍ଟର ସଂଗିତା ଦାସ ଏବଂ ଅନ୍ୟ ପୋଲିସ କର୍ମଚାରୀ କୌଣସି ସୂତ୍ରରୁ ବୁଧବାର ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଯୁବକକୁ କାବୁ କରିଥିଲେ । ତା’ପାଖରୁ ୧୨ ଗ୍ରାମର ଧଳା ଜହର, ୨୦୬୯ ଟଙ୍କା,୬ଟି ଏଟିଏମ୍ କାର୍ଡ,୩ଟି ପୁରୁଣା ମୁଦ୍ରା,୧ଟି ମୋବାଇଲ,୧ଟି ସିମ୍ ଜବତ କରିଥିଲେ । ଯୁବକଙ୍କ ନାମରେ ୨୩/୨୦୨୦ ମାମଲା ରୁଜୁ କରାଯାଇଛି । ୨୧ ବି ଏନ .ଡି .କେଶରେ ବୁକ୍ କରାଯାଇଛି ।ଯୁବକଟିର ଘର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଡାରେ ତାର ନାମ ହେଉଛି ଏମଡି ଦିଲଦାରକୁ ପୋଲିସ ଗିରଫ କରି ଅଧିକରୁ ଅଧିକ ତଦନ୍ତ ଚାଲୁ ରଖିଛି ।