ଧଳା ଜହର ଜବତ,୩ ଗିରଫ
ଭୁବନେଶ୍ୱର,((ଯୁଗାବ୍ଦ ନ୍ୟୁଜ୍)) : ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବେଧଡକ ଧଳା ଜହର ବ୍ୟବସାୟ । ପୋଲିସ ୩୧ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୩ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି । ପୋଲିସ ହାତରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଶ୍ରୀକୁମାର ମହାନ୍ତି, ତପନ କୁମାର ସାହୁ ଓ କପିଳ ସୁନ୍ଦରା। ବ୍ରାଉନସୁଗାର ସମେତ ପୁଲିସ ନଗଦ ୪୧ ହଜାର ଟଙ୍କା, ମୋଟର ସାଇକେଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି। ଏପରିକି ରାଜଧାନୀରେ ହୋମ ଡେଲଭେରି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ବେଆଇନ କାର୍ଯ୍ୟରେ ପାଠ ପଢୁଆ ଛାତ୍ର ଛାତ୍ରୀ ମାନେ ଓ ବଙ୍ଗୀୟ ଯୁବତୀ ମାନେ କାରବାର ସହ ବେକାରୀ ଯୁବକ ମାନେ ମଧ୍ୟ ଏଭଳି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଠିକ୍ ଏହାର ପାଂଚ ଦିନ ପୁର୍ବରୁ ଚନ୍ଦ୍ରଶେଖରପୁର ପୋଲିସ ୨ ଜଣ ଇଂଜିନିୟର ଛାତ୍ରଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨୫ ଗ୍ରାମ ବ୍ରାଉନସୁଗର ପୋଲିସ ଜବତ କରିଥିଲା ।