ଧସୁଛି କପାଳୀ ନଦୀର ବନ୍ଧ, ଲୋକେ ଆତଙ୍କିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଭୋଗପୁର ଦେଇ ଯାଇଥିବା କପାଳୀ ନଦୀର ବନ୍ଧ ପ୍ରାୟ ୧ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ବେଳେ ଏହା ଏବେ ଧସି ଯାଉଥିବା ଦେଖାଯାଇଛି । ଫଳରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାଯାଇଛି । ଉକ୍ତ ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଏହି ଗ୍ରାମ ପାଶ୍ୱର୍ ଦେଇ କପାଳୀ ନଦୀ ପ୍ରଭାହିତ ହୋଇଛି । ବନ୍ଧ ଧସିଯିବା ଫଳରେ ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡିଛି । ନଦୀବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ଅଭିଯୋଗ ହୋଇଛି । ସାଧାରଣଲୋକଙ୍କ ସୁରକ୍ଷା ପାଇଁ ଏହି ନଦୀ ବନ୍ଧରେ ପଥର ପ୍ୟାକିଂ କରାଯାଇଥିଲା । ଗଣିଜାଙ୍ଗ ପଞ୍ଚାୟତର କନ୍ତିଆ, ଇଛାପୁର, ରୂପୁଡି, ନାରାୟଣପୁର, ରାମକୃଷ୍ଣପୁର, ନାହୋ, ଭୋଗପୁର, ରାମପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦିନକୁ ଦିନ ନଦୀ ଅତଡା ଖାଇବା ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନଦୀ ବନ୍ଧକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।