ଧାନକ୍ରୟ ପାଇଁ ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ଠାରେ ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଖରିଫ ଧାନ କ୍ରୟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତି ପରିଚାଳନା କମିଟି ଭାରପ୍ରାପ୍ତ ଅଧିକାରୀ ଆଲୋକ ବହ୍ଲବ ସାହାଣୀ ଯୋଗଦେଇ ଧାନକ୍ରୟ ବାବଦରେ ବିଭିନ୍ନ ମତଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱନିରୀକ୍ଷକ ଆଶୁତୋଷ ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ଆଶିଷ ଜେନା, ଶସ୍ୟ କ୍ରୟ କମିଟି ସଦସ୍ୟ କୈଳାସ ସାହୁ, ନାରାୟଣ ଚନ୍ଦ୍ର ଦାସ, ବିଦ୍ୟାଧର ଜେନା, ଦୁର୍ଯ୍ୟୋଧନ ପାତ୍ର, ରତ୍ନାକର ସାହୁ, ପରମେଶ୍ୱର ସାହୁ, ବଳରାମ ପଣ୍ଡା ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।