ଧାନଘର ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବ୍ଳକ ଧାନଘର ଉଚ୍ଚ ବିଦ୍ୟାଳୟରେ ଓଷ୍ଟl ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଥିଲା।ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ତର୍କ, ଆବୃତ୍ତି, କବିତା ରଚନା, ଗଳ୍ପ ଲିଖନ,କଣ୍ଠ ସଂଗୀତ,ଏକକ ଅଭିନୟ, ଏକକ ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ବୁଦ୍ଧିପରୀକ୍ଷା ଭଳି ବିଭିନ୍ନ ପ୍ରତିଯୋଗିତା କରା ଯାଇଥିଲା l ପ୍ରତ୍ୟେକ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଦ୍ଵାରା ଯୋଗ୍ୟ ବିବେଚିତ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୨୦,୨୧ ତାରିଖରେ ଗୋପାଳପୁରଠାରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସ୍ଥିର ହୋଇଛି l ବ୍ଲକର ଓଷ୍ଟା ସଙ୍ଘ ର ନୂତନ ସଭାପତି ଭାବେ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ନାମ ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା ଘୋଷଣା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମର ବ୍ଲକ ଅଧକ୍ଷ ଆପନା ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଏକ ନୂତନ ଅତିରିକ୍ତ କୋଠରୀର ଶୁଭ ଉଦଘାଟନ କରିବା ପରେ ଶିଶୁ ଉତ୍ସବର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥିଭାବେ ସରପଞ୍ଚ ଜି. ଜ୍ୟୋତି ରେଡି, ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ମଣ୍ଡଳ, ଓଷ୍ଟା ରାଜ୍ୟସଙ୍ଘର ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟାର ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା,ଉପ -ସଭାପତି ଅଶୋକ କୁମାର ହୋତା, ସମ୍ପାଦକ ବିଜୟ କୁମାର ବେହେରା, ଉପଦେଷ୍ଟା ଭିକାରୀ ଚରଣ ଗୌଡ଼, ସୋରଡ଼ା ବ୍ଲକ ସମ୍ପାଦକ କେଦାରନାଥ ପଟ୍ଟନାୟକ, କୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ରଥ, ବ୍ଲକ ସମ୍ପାଦକ ଜୁର ଗୌଡ଼,ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ,ଶିକ୍ଷlବିତ ଅନୀଲ କୁମାର ପୁରୋହିତ,ରାଜ୍ୟସଙ୍ଘ ସଦସ୍ୟ କେ. ଚେନ୍ଦ୍ରୟା, ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଫକୀର ମୋହନ ବିଷୋୟୀ, ପ୍ରମୋଦ କୁମାର ବୈଦ୍ୟ, ବୈକୁଣ୍ଠ ନାଥ ସାହୁ, ବୈକୁଣ୍ଠ ନାଥ ପାଢ଼ୀ, ସୁଶାନ୍ତ କୁମାର ପଟ୍ଟନାୟକ, ସିମାଞ୍ଚଳ ଗୌଡ଼, ବୃନ୍ଦାବନ ବିଷୋୟୀ ଓ ମଧୁସୂଦନ ପାଗଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ