ଧାନତଳି ରୋଉଛନ୍ତି ଗଂଜାମ ଜିଲ୍ଲାପାଳ
ଖଲ୍ଲିକୋଟ ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାପାଳ ହେବ ତ ଏମିତି, ଗଞ୍ଜାମ ଜିଲ୍ଲା ପ୍ରଶାସନର ଭାର ସମ୍ଭାଳିବା ସହ ଚାଷ ଜମିରେ ପହଂଚି ଚାଷୀମାନଙ୍କ ସହିତ ମିଶି ଧାନତଳି ରୋଉଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜଣେ ଜିଲ୍ଲାପାଳ ଧାନ ଖେତରେ ପହଁଚି ଚାଷୀଙ୍କ ସହ ଧାନ ତୋଳି ରୋଇବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଗଂଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ପ୍ରାୟ ୫୦ ଏକର ଜମିରେ ଧାନ ଚାଷ ଧାଡ଼ି ପ୍ରଣାଳୀ ରେ ଚାଷ କରିବାକୁ ଚାଷୀମାନଙ୍କୁ କିଛି ସରକାରୀ ସହାୟତା ଦିଆଯାଉଥିଲା । ଆଜି ନିଜେ ଜିଲ୍ଲାପାଳ ସେଠାକୁ ଯାଇ ଚାଷ ଜମି ଅନୁଧ୍ୟାନ କରିବା ସହ ନିଜେ କାଦ ହୋଇଥିବା ଚାଷ ଜମିକୁ ଯାଇ ଚାଷ କାର୍ୟ୍ୟ କରିଥିଲେ। ଯାହାକି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି। ଜିଲ୍ଲାପାଳଙ୍କ ଏଭଳି କାର୍ୟ୍ୟକୁ ଦେଖି ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଜଣେ ଜିଲ୍ଲାପାଳ ନିଜେ ଆଣ୍ଠୁଏ କାଦୁଅରେ ଚାଷୀଙ୍କ ସହିତ ଚାଷଜମିରେ ଧାନତଳି ରୋଇ ଚାଷୀଙ୍କ ମନବଳକୁ ଦୁଇଗୁଣିତ କରିଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଜିଲ୍ଲାପାଳଙ୍କ ଏଭଳି କାର୍ୟ୍ୟକୁ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ଏହି କାର୍ୟ୍ୟ କ୍ଷରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା କୃଷି ଅଧିକାରୀ ବିଦୁରଚରଣ ମାଝୀ , ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା , ଯୋଜନା ଅଧିକାରୀ ନିମାଇଁଚରଣ ଦାସ ସମେତ ବ୍ଲକ ସହକାରୀ କୃଷି ଅଧିକାରୀ ଜୟଲକ୍ଷ୍ମୀ ସାହୁ ଉପସ୍ଥିତ ଥିଲେ କ୍ଷ


