ଧାନଫସଲର କ୍ଷୟକ୍ଷତି ଆକଳନ କରାଯିବାକୁ ଦାବୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଭରତପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର, ଭରତପୁର, ପୁରୁଷୋତ୍ତମପୁର, ମରଡପୁର, ଜଗନ୍ନାଥପୁର ଓ ଦୁତିଆଳ ଗ୍ରାମର ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବାରୁ ସେହି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୁରଣ ପ୍ରଦାନ କରାଯିବାକୁ ଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଅଭିଯୋଗ ଅନୁଯାଇ ସଂପୃକ୍ତ ଅଚଂଳର ଚାଷୀମାନେ ଏହି କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ରାଜସ୍ୱ ନୀରିକ୍ଷକ ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ବାରମ୍ବାର ନିବେଦନ କରିଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଭେଟି ଧାନକଟା ପୂର୍ବରୁ କ୍ଷୟକ୍ଷତିର ଆକଳନ କରାଯିବାକୁ ଦାବୀ କରିଛନ୍ତି । ନଚେତ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଚାଷୀମାନଙ୍କ ପକ୍ଷରୁ ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସୁରେନ୍ଦ୍ର ନାଥ ଦାସ, ଶରତ କୁମାର ସାମଲ, ସନ୍ତୋଷ କୁମାର ଦାସ, ସରୋଜକାନ୍ତ ପତି, ରବିନ୍ଦ୍ର ମଳିକ, ଅନନ୍ତ କୁମାର ସାମଲ, ପାର୍ଥସାରଥି ରାଉତ, ମନୋରଞ୍ଜନ ରାଉତ, ବିମଳଲୋଚନ ମହାନ୍ତି, ଚନ୍ଦ୍ରକାନ୍ତ ମଳିକ, ଦୀପକ କୁମାର ଦାସ, ରବିନ୍ଦ୍ରନାଥ ମହାପାତ୍ର, ନିମାଇଁ ମହାନ୍ତି ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।