ଧାନବିଲ ଫାଟି ଆଁ କଲାଣି, ଚାଷୀକୂଳ ହତାଶ!
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତୋଲ ଅଂଚଳରେ ଚଳିତ ବର୍ଷ ସରକାରୀ ଧାନ ବିହନ ଗଜା ହେଉନଥିବାର ନଜର ଆସିଥିବାବେଳେ ଏବେ ବିଭିନ୍ନ ଅଂଚଳରେ ଧାନ ଖେତ ଫାଟି ଆଁ କଲାଣି l ନା କେନାଲ ରେ ପାଣି ଅଛି ନା ଉଚା ଜମିକୁ ପାଣି ମାଡିପାରୁଛି l ଚାଷ ଜମି ସବୁ ପଡିଆ ହେବାକୁ ବସିଲାଣି ସହ ସହ ଏକର ଚାଷ ଜମି l କେଉଁଠି କେନାଲ ସଫା ଅଛି ତ କେଉଁଠି ନାହିଁ କିନ୍ତୁ ପାଣି ଟୋପାଏ ଆସିବାର ନାହିଁ l ତିର୍ତୋଲ ଅଞ୍ଚଳ ର ଅନେକ ଚାଷୀ ନିଜର କ୍ଷୋଭ ପ୍ରକାଶ କରି କୁହନ୍ତି, ବର୍ଷାକୁ ଭରଷା କରି ଆମେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲୁ ହେଲେ ଏବେ ରୁଆ ଧାନ ଖରାରେ ଜଳିବାକୁ ଲାଗିଲାଣି କିନ୍ତୁ କୌଣସି ସରକାରୀ ଅଧକାରୀ ବା ଜଳସମ୍ପଦ ବିଭାଗ କାହାର ଏଥିପ୍ରତି ନିଘା ନାହିଁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ lସୂଚନା ଥାଉକି ତିର୍ତୋଲ ବ୍ଲକ ର କନକପୁର, ଗରାମ, ତେନ୍ତୁଳିପଡ଼ା, ପଟିଲୋ , କୋଷ୍ଟି, ଗୋବିନ୍ଦପୁର, ତରଜଙ୍ଗl, ପଂଚାୟତରେ ମଧ୍ୟ ପରିସ୍ଥିତି ପ୍ରାୟତଃ ସମାନ l ପ୍ରାୟତଃ ଖାଲୁଆ ଜମିରେ ବର୍ଷା ହୋଇ ପାଣି ଥିବାରୁ ସେମାନେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଅଧିକାଂଶ ଚାଷ ଜମି ପଡିଆ ପଡିଛି l ତିର୍ତୋଲ ଜଳନିଗମ ଅଧୀନରେ ଆସୁଥିବା ସମସ୍ତ ପଂଚାୟତର ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଆସୁନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି l ମୁଖ୍ୟତଃ ତାଳଦଣ୍ଡା କେନାଲ ରୁ ବାହାରିଥିବl ଶାଖା ନାଳ ସଠିକ ରୂପରେ ପରିସ୍କାର ହେଉନଥିବାରୁ ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ମିଳିପାରୁନାହିଁ l ପ୍ରତିବର୍ଷ ସରକାର ଏ ଦିଗରେ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କ ନିକଟରେ ନାହିଁ କହିଲେ ଚଳେ,ତେବେ ଏହି ପ୍ରସଙ୍ଗ କୁ ନେଇ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ କୁହୁଳୁ ଥିବାର ଦେଖାଯାଇଛି l