ଧାନମଣ୍ଡିରେ ଅନିୟମିତତାକୁ ନେଇ ବିଧାୟକଙ୍କ ନିକଟରେ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଏର୍ଦଲା ସାହି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପାରଳା ବିଧାୟକ କେ.ନାରାୟଣ ରାଓଙ୍କୁ ଚାଷୀମାନେ ସେମାନଙ୍କ ଧାନକ୍ରୟରେ ବିଭିନ୍ନ ଅନିୟମିତତା ନେଇ ଜଣାଇଛନ୍ତି । ଅଭିଯୋଗ ଅନୁଯାଇ ହାଡୁଭାଙ୍ଗି ସେବା ସମବାୟ ସମିତିି ଉପରେ ହାଡୁଭାଙ୍ଗି ପଞ୍ଚାୟତର ସଦର ମହକୁମା ସମେତ ନୀଳାପୁର, କଣ୍ଡୁରୁ ଇତ୍ୟାଦି ୪ରୁ୫ଗୋଟି ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି । ଏହି ସମବାୟ ସମିତିରେ ଗତବର୍ଷ ୩୩ହଜାର କୁଇଣ୍ଟାଲ ଧାନ ଚାଷୀମାନଙ୍କ ଠାରୁ କ୍ରୟ କରାଯାଇଥିବାବେଳେ ଚଳିତବର୍ଷ ତାହା କମି ୨୭ଶହ କୁଇଣ୍ଟାଲରେ ପହଞ୍ଚିଥିବା  ଅଭିଯୋଗ ହୋଇଛି । ତେବେ ଏଠାରେ ପ୍ରଶାସନର ଇଙ୍ଗିତରେ ଚାଷୀମାନଙ୍କର ନାମ ପଞ୍ଜୀକରଣ କରିବାରେ ବ୍ୟତିକ୍ରମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମସବାୟ ସମିତିର ସମ୍ପାଦକଙ୍କୁ ଗତବର୍ଷ କୌଣସି କାରଣ ନଥାଇ ନିଲମ୍ବିତ କରାଯାଇଥିବାବେଳେ ସେଠାରେ ବର୍ତ୍ତମାନ ଅନ୍ୟ ଏକ ସମିତିର ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ଏହି ସମିତିରେ ଖରିଦ କରାଯାଇଥିବା ଧାନ ଗୁଡିକୁ ପ୍ରଶାସନ ପକ୍ଷରୁ କ୍ରୟ କରାନଯିବାରୁ ସମିତିର ନିର୍ବାହୀ ନିର୍ଦ୍ଦେଶକ ଏବଂ ସଭାପତି ସେଗୁଡିକୁ ବାଧ୍ୟ ହୋଇ ଆନ୍ଧ୍ର ପ୍ରଦେଶ ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରିକରିଛନ୍ତି । ସେହି ଧାନକୁ ସେମାନେ ଓଡିଶା ସରକାର କରିଥିବା ଧାର୍ଯ୍ୟମୂଲ୍ୟ ଠାରୁ କମ୍ ଟଙ୍କାରେ ବିକ୍ରି କରିଥିବାର ଜଣାଇଛନ୍ତି । ଏପରିକି ସେହି ଅର୍ଥ ଦୁଇମାସ ପରେ ମିଳିବ ବୋଲି ଜଣାପଡିଛି । ଧାନକ୍ରୟରେ ଅନିୟମିତତା ଯୋଗୁଁ ଏବଂ ମଣ୍ଡି ପରିଚାଳନାରେ ଅନିୟମିତତା ଯୋଗୁଁ ଏହି ଚାଷୀମାନେ ସମସ୍ୟାରେ ପଡି ଏ ସମ୍ପର୍କରେ ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରସ୍ତ ହୋଇଛନ୍ତି । ବିଧାୟକ ଶ୍ରୀ ରାଓ ଏ ସମ୍ପର୍କରେ ପଦକ୍ଷେପ ପାଇଁ ବିଭାଗୀୟ ପଦାଧିକାରୀମାନଙ୍କୁ ମଧ୍ୟ ଫୋନ ଯୋଗେ ଯୋଗା ଯୋଗ କରିଥିବାର ପ୍ରକାଶ କରିଛନ୍ତି । ହାଡୁଭାଙ୍ଗି ସେବା ସମବାୟ ସମିତିର ସଭାପତି ଏସ୍‌.କ୍ରିଷ୍ଣାମୂର୍ତ୍ତୀ, ନିର୍ବାହୀ ସଭ୍ୟ ପି.ବାବୁରାଓ, ଜି.ଚିଟିବାବୁ, ଏସ୍‌.ଆଦିନାରାୟଣ, ଏସ୍‌.ଆନନ୍ଦରାଓ ପ୍ରମୁଖ ଏହି ଅଭିଯୋଗ ଆଣିଛନ୍ତି ଏବଂ ଏଥିପାଇଁ ମୁଖ୍ୟତଃ ଏ.ଆର୍‌.ସି.ଏସ୍‌. ଦାୟୀ ବୋଲି ମଧ୍ୟ ନିଜ ଅଭିଯୋଗରେ ଜଣାଇଛନ୍ତି । ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲିବା ଏବଂ ସେଠାରେ ଚାଷୀମାନେ ଧାନ ବିକ୍ରି କରନ୍ତୁ ବୋଲି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ମଣ୍ଡି ପରିଚାଳନାରେ କିଛି ନିତିଗତ ତ୍ରୁଟି ଏବଂ ଅଧିକାରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ସାଧାରଣ ଚାଷୀମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ଦ୍ୱାରା ରାଜ୍ୟର ଧାନ ପଡୋଶୀ ରାଜ୍ୟକୁ କମ୍ ମୂଲ୍ୟରେ ଏବଂ ବକେୟା ସୂତ୍ରରେ ଦେବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଏହି ସେବା ସମବାୟ ସମିତିର ସଦସ୍ୟମାନେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ