ଧାନମଣ୍ଡି ରେ ଟାର୍ଗେଟ ସରିବା ପରେ ଚାଷୀ ହତାଶ କୃଷକ ମହାସଂଘ ପକ୍ଷରୁ ଟାର୍ଗେଟ ବୃଦ୍ଧି ନେଇ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
ଡାବୁଗାଁ,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଲ୍ୟାମ୍ପ ତରଫରୁ ଚଳିତ ଖରିଫ ଋତୁ ଧାନ କ୍ରୟ ପାଇଁ ଦିଆ ଯାଇଥିବା ଟାର୍ଗେଟ ସାରିଯାଇଛି । ଟାର୍ଗେଟ ସରିବାପରେ ବ୍ଲକ ର ଚାଷୀ ମାନେ ହଇରାଣ ହେଉଛନ୍ତି । ଆଜି ଡାବୁଗାଁ ହାଟ ପଦା ସ୍ଥିତ ଆର ଏମ ସି ଗୋଦାମ ଗୃହ ରେ ଚାଲିଥିବା ଧାନ ମଣ୍ଡି ରେ ଟୋକେନ୍ ପାଇଥିବା ଚାଷୀ ଧାନ ବିକ୍ରି କରିବାକୁ ଆସିଥିଲେ ହେଲେ ଲ୍ୟାମ୍ପ ର ଟାର୍ଗେଟ ସରିବା ଜାଣିବା ପରେ ନିରାଶ ହୋଇଛନ୍ତି। ବିଭିନ୍ନ ଗାଡିରେ ଦୂର ଦୁରନ୍ତ ରୁ ଅର୍ଥ ଖର୍ଚ୍ଚ କରି ଧାନ ଆଣିଥିବା ଚାଷୀ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଡାବୁଗାଁ ଭାରପ୍ରାପ୍ତ ଲ୍ୟାମ୍ପ ଶାଖା ପରିଚାଳକ ହରିବନ୍ଧୁ ମିର୍ଗାନ୍ ଓ ବଜାର ପରିଦର୍ଶକ ସୁଶାନ୍ତ ପାଳ ଚାଷୀ ଙ୍କୁ ଟାର୍ଗେଟ ସରିଯାଇଥିବା ନେଇ ଅବବତ କରାଇଥିଲେ। ଏ ନେଇ ଆଜି ଡାବୁଗାଁ ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ରାୟ ପାତ୍ର ଓ ଉପ ସଭାପତି ରାଜେନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଡାବୁଗାଁ ତହସିଲଦାର ହରିଓମ ଭୋଇ ଙ୍କ ଜରିଆରେ ମଣ୍ଡିର ଟାର୍ଗେଟ ଯଥାଶୀଘ୍ର ବୃଦ୍ଧି କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଟୋକେନ ପାଇଥିବା କିଛି ଚାଷୀ ଙ୍କ ଅବଧି ଆଜି ଶେଷ ଦିନ ଥିବାରୁ ନିରାଶ ହୋଇଛନ୍ତି ଚାଷୀମାନେ । ଡାବୁଗାଁ ତହସିଲଦାର ଚାଷୀ ମାନଙ୍କ ସମସ୍ୟା ଶୁଣି ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ସହ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବର୍ଷ ଡାବୁ ଗାଁ ବ୍ଲକ ରେ ଦୁଇଟି ମଣ୍ଡି ଚାଲିଛି ଯାହା ଡାବୁଗାଁ ଲ୍ୟାମ୍ପ ଓ ୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି। ଡାବୁଗାଁ ଲ୍ୟାମ୍ପ ରେ ୯୧୭ ଚାଷୀ ଧାନ ମଣ୍ଡି ରେ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଥିବା ବେଳେ ଲ୍ୟାମ୍ପ କୁ ୩୧ ହଜାର କ୍ୟୁଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ରହିଥିଲା । ସେଥି ମଧ୍ୟରୁ ଡାବୁଗାଁ ଧାନ ମଣ୍ଡି ରେ ୨୧ ହଜାର କ୍ୟୁଣ୍ଟାଲ ଓ ଜୁନାପାଣି ଧାନ ମଣ୍ଡି ରେ ୧୦ ହଜାର କ୍ୟୁଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଥିଲା। ତେବେ ଆଜି ଡାବୁଗାଁ ମଣ୍ଡି ପାଇଁ ଦିଆ ଯାଇଥିବା ଟାର୍ଗେଟ ଲ୍ୟାମ୍ପ ପୂରଣ କରିଥିବା ବେଳେ ଚାଷୀ ଟୋକେନ ପାଇ ମଧ୍ୟ ଧାନ ବିକ୍ରି କରି ପାରି ନ ଥିଲେ। ୨୦୨୩/୨୪ ଖରିଫ ମଣ୍ଡି ରେ ୮୦ ହଜାର କ୍ୟୁଣ୍ଟାଲ ରୁ ଅଧିକ ଧାନ କ୍ରୟ କରାଯାଇଥିବା ବେଳେ ସେହି ପରିମାଣରେ ଚଳିତ ଖରିଫ ରେ ଟାର୍ଗେଟ କମ୍ ରହିଥିବାରୁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ମଣ୍ଡି ରେ ଧାନ କ୍ରୟ ବୃଦ୍ଧି କରିବାକୁ କୃଷକ ମହା ସଂଘ ଦାବୀ କରିଛନ୍ତି।