ଧାନମଣ୍ଡି ଶୁଭାରମ୍ଭ କଲେ ତହସିଲଦାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଯୋଗାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଦିଗପହଣ୍ଡି ବ୍ଳକରେ ଧାନମଣ୍ଡି ଖୋଲା ଯାଇଥିବା ଜଣାପଡିଛି । ଆଙ୍କୋରଡା ପଞ୍ଚାୟତର ଯୋଗେଶ୍ବରୀ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଅମଳ ଧାନକୁ କ୍ରୟ ସକାଶେ ଧାନମଣ୍ଡିର ଶୁଭାରମ୍ଭ ହୋଇଥିବା ବେଳେ ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ ।ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟ ଓ ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ କମଳାକାନ୍ତ ମିଶ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହରେ ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , ସମବାୟ ସମିତି ସଭାପତି ରାମନାଥ ବିଷୋୟୀ , ନିରାକାର ପ୍ରଧାନ, ସହ ସମ୍ପାଦକ ଏସ୍. କଂସ ଦୋରା , ପୂର୍ବତନ ସମ୍ପାଦକ କେ . ତାରକେଶ୍ବର ଦୋରା , ଆରଏମସି କ୍ଷେତ୍ର ଅଧିକାରୀ ସଂଗ୍ରାମଜିତ ପାଳ , ମିଲର ଗୈାରାଙ୍ଗ ସାହୁ , ଉଦୟନାଥ ରାଜୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୪-୨୫ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡି ରେ ଏଫ୍ଏକ୍ଯୁ
ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ରହିଥିବା ଜଣାପଡିଥିବା ବେଳେ ମିଲର ମାନଙ୍କୁ ୨ ଲକ୍ଷ ୪୧ ହଜାର ୪ ଶହ ୯୩ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ଯ ଧାର୍ଯ୍ୟ ରହିଛି । ସେହିପରି ସେବା ସମବାୟ ସମିତି ଗୁଡ଼ିକ ୨ ଲକ୍ଷ ୯୪ ହଜାର ୨ ଶହ ୨୭ କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଚଳିତ ଖରିଫ ଋତୁରେ ୯୬୧୮ ଚାଷୀ ମଣ୍ଡି ଜରିଆରେ ଧାନ ବିକ୍ରି କରିବାକୁ ସେବା ସମିତି ଗୁଡିକରେ ପଞ୍ଜିକରଣ କରିଛନ୍ତି ।