ଧାନ ଓ ପନିପରିବା ଫସଲ ନଷ୍ଟ ହେବା ଆଶଙ୍କା

କଣାସ,(ପାହାନ୍ତା ସିଂହ ଅଜଂଳୀ ସାହୁ):କଣାସ ବ୍ଲକ ରେ ଅଦିନିଆ ବର୍ଷା ହେବା ଫଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଵା ସମ୍ଭାବନା ଦେଖାଦେଇଛି।ବିଭିନ୍ନ ଅଞ୍ଚଳ କ୍ଷେତରେ ପଡ଼ିଛି ଏକର ଏକର ପାଚିଲା ଧାନ ଦୁଇ ଦିନ ବର୍ଷାରେ ବେହାଲ କଣାସ ବ୍ଲକ୍ ର ଚାଷ । ସୂଚନା ଅନୁଯାୟୀ ବ୍ଲକ୍ ର ସମସ୍ତ ଅଞ୍ଚଳରେ ଏବେ ଧାନ ପାଚିଲା ଅବସ୍ଥାରେ ରହିଛି। ସେଥିମଧ୍ୟରୁ ମାତ୍ର ୩୦% ଅମଳ ହୋଇଛି। ଯେଉଁ ଧାନ ଅମଳ ହୋଇଛି, ତାହାକୁ ଚାଷୀ ଘରକୁ ଆଣିପାରି ନାହିଁ। କେତେକ ସ୍ଥାନରେ ବିଲରେ କଟା ହୋଇ କଚଡ଼ା ପଡ଼ିଛି। ବର୍ଷା ଫଳରେ ବିଲରେ ପାଣି ଜମିଯାଇଛି। କେଣ୍ଡା ଧାନ ପାଣିରେ ପଡ଼ିଛି, ଯାହାକି ମେସିନ୍‌ ସହାୟତାରେ ଏବେ କାଟିବା ସମ୍ଭବପର ନୁହେଁ। ଯଦି ବର୍ଷା ଲାଗି ରୁହେ, ତେବେ କଚଡ଼ା ସବୁ ବୁଡ଼ିଯିବ। ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବ। ସେହିପରି ଯେଉଁ ଧାନ କଟା ହୋଇନାହିଁ, ସେଠାରେ ପାଚିଲା ଗଛ ଭାଙ୍ଗିପଡୁଛି। ସେସବୁ ଜମି ଖାଲୁଆ ହୋଇଥିବାରୁ ଅଳ୍ପ ଅଳ୍ପ ପାଣି ରହିଛି। ଆଉ ଅଧିକ ବର୍ଷା ହେଲେ ଜମିଥିବା ପାଣି ବଢ଼ିବ। ଭାଙ୍ଗି ପଡ଼ିଥିବା ଗଛର ଅଗ୍ରଭାଗ ପାଣିରେ ବୁଡ଼ିଯିବ ଏବଂ ପାଚିଲା ଧାନ ଗଜା ହେବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ବିଲରେ ପାଣି ଜମିରହିଲେ, ଅମଳ ପାଇଁ ମେସିନ୍‌ ପଶିବା ସମ୍ଭବପର ହେବ ନାହିଁ। ଶ୍ରମିକ ଲଗାଇ କାଟିବେ। ଫଳରେ ମଜୁରି ବାବଦରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ବାତ୍ୟା ‘ଦାନା’ କବଳରୁ ମୁକୁଳି ଯାଇଥିବା ଓଡ଼ିଶାର ଚା‌ଷୀ ଧାନ ଅମଳ କରି ଏଥର ଭଲ ଦି ପଇସା ପାଇବାକୁ ଆଶା ରଖିଥିଲେ। ମାତ୍ର ଲାଗିରହିଥିବା ଅଦିନିଆ ବର୍ଷା ଏବେ ସବୁ କିଛି ବିଗାଡ଼ି ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ